ବିଶ୍ବକପ୍ ମ୍ୟାଚ୍‌ରେ ବର୍ଷା ବାଧକ : ବାତିଲ ୪ଟି ମ୍ୟାଚ୍

691
ADVERTISEMENT

ନୂଆଦିଲ୍ଲୀ, ୧୪/୬(ଏଜେନ୍ସି) ଆଇସିସି ବିଶ୍ବକପକୁ ଡରାଇଲାଣି ବର୍ଷା । ଗୋଟିକ ପରେ ଗୋଟିଏ ଏମତି ୪ଟି ମ୍ୟାଚ ବର୍ଷା ଯୋଗୁ ହୋଇଛି ବାତିଲ । ଏହି ସଂଖ୍ୟା  ଆଗକୁ ମଧ୍ୟ ବଢିବାର ଆଶଙ୍କା ରହିଛି।  ବର୍ତ୍ତମାନ ସୁଦ୍ଧା ୧୮ଟି ମ୍ୟାଚରୁ ୪ଟି ମ୍ୟାଚ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଏବେ ନଜର  ଜୁନ ୧୬ରେ  ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ଭାରତ-ପାକ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ। ଏହି ହାଇଭୋଲଟେଜ୍ ମ୍ୟାଚରେ ମଧ୍ୟ ବର୍ଷାର ଆଶଙ୍କା ଦେଖାଦେଇଛି । ପାଣିପାଗ ବିଭାଗର କହିବା ଅନୁଯାୟୀ ରବିବାର ଦିନ ଟ୍ରାଫୋର୍ଡ(ମଞ୍ଚେଷ୍ଟାର)ରେ ବର୍ଷା ହେବାର ୬୦ ପ୍ରତିଶତ ସମ୍ଭାବନା ରହିଛି। ଯଦି ଏଭଳି ହୁଏ ଦୁଇ ଦଳର ଫ୍ୟାନ୍ସଙ୍କ ସମେତ ସାରା ବିଶ୍ୱର କ୍ରିକେଟପ୍ରେମୀ ନିରାଶ ହେବେ ।

Advertisement