ADVERTISEMENT
Home ଜାତୀୟ ଏସସିଓ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ

ଏସସିଓ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ

808
ADVERTISEMENT

ନୂଆଦିଲ୍ଲୀ ,୧୪/୬(ଏଜେନ୍ସି) : କିର୍ଗିଜସ୍ତାନର ରାଜଧାନୀ ବିସ୍କେକଠାରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀର ଶୁକ୍ରବାର ୨ୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ଏହି ଅବସରରେ ମୋଦୀ ପାକିସ୍ତାନକୁ ଚେତାବନୀ ଦେବା ସହିତ ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଏବଂ ପାଣ୍ଠି ଯୋଗାଉଛନ୍ତି ସେମାନେ ଏହି ଘୃଣ୍ୟ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବା ଉଚିତ ବୋଲି କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପସ୍ଥିତିରେ ମୋଦୀ କହିଥିଲେ, ଆତଙ୍କବାଦମୁକ୍ତ ସମାଜ ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଆତଙ୍କବାଦର ମୁଳୋତ୍ପାଟନ ଲାଗି ଭାରତ ସର୍ବଦା ଚେଷ୍ଟା କରିଆସୁଛି। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ରାଷ୍ଟ୍ର ଏକାଠି ହୁଅନ୍ତୁ। ଯେଉଁମାନେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ସେମାନଙ୍କୁ ନିପାତ କରାଯାଉ। ଏସସିଓ ଆଞ୍ଚଳିକ ଆତଙ୍କବାଦୀ ନିରୋଧୀ ଷ୍ଟ୍ରକଚର(ଆରଏଟିଏସ) ଅଧୀନରେ ଏ ଦିଗରେ ସହଯୋଗ କରିବାକୁ ଏସସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ କରିଥିଲେ। ଆତଙ୍କବାଦ ଉପରେ ବିଚାରବିମର୍ଶ ପାଇଁ ଏକ ବିଶ୍ଵସ୍ତରୀୟ ସମ୍ମିଳନୀର ଆୟୋଜନ କରିବା ଲାଗି ମୋଦୀ ଏସସିଓ ରାଷ୍ଟ୍ରମୁଖ୍ୟମାନଙ୍କ ନିକଟରେ ଦାବି କରିଥିଲେ।

Advertisement