Monday, September 21, 2026
ADVERTISEMENT
Home ଜାତୀୟ ସଂସ୍ଥାଗତ ଋଣରୁ ବଞ୍ଚିତ ଚାଷୀଙ୍କୁ ୧୪ଦିନ ଭିତରେ ମିଳିବ କେସିସି

ସଂସ୍ଥାଗତ ଋଣରୁ ବଞ୍ଚିତ ଚାଷୀଙ୍କୁ ୧୪ଦିନ ଭିତରେ ମିଳିବ କେସିସି

351
ADVERTISEMENT

ନୂଆଦିଲ୍ଲୀ, ୧୪/୬(ଡ଼ି.ଏଚ.ବି): ଦେଶର ବହୁ ଚାଷୀ ଏବେ ମଧ୍ୟ ସଂସ୍ଥାଗତ ଋଣରୁ ବଞ୍ଚିତ ହେଉଥିବାରୁ ଆବେଦନ ପାଇବାର ୧୪ ଦିନ ଭିତରେ ଯୋଗ୍ୟ ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ(କେସିସି) ପ୍ରଦାନ କରିବାକୁ କେନ୍ଦ୍ର ସରକାର ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଶରେ ୬.୯୫ କୋଟି ଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡ ପ୍ରଦାନ କରାଯାଇଛି। ଏହି ବ୍ୟବସ୍ଥାରେ ସବ୍‌ସିଡିରେ ସରକାର ଚାଷୀଙ୍କୁ ଋଣ ପ୍ରଦାନ କରିଥାନ୍ତି। ଏହି କେସିସିର ବିସ୍ତାର କରି ବର୍ତ୍ତମାନ ପଶୁପାଳନ ଏବଂ ମତ୍ସ୍ୟ ଚାଷକୁ ମଧ୍ୟ ଏଥିରେ ସାମିଲ କରାଯାଇଛି।

କୃଷି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଡଲି ଚକ୍ରବର୍ତ୍ତୀ ଏନେଇ ବ୍ୟାଙ୍କଗୁଡ଼ିକୁ ପତ୍ର ଲେଖିଛନ୍ତି। ଏଥିରେ ଦର୍ଶାଯାଇଛି ଯେ, ଏବେ ମଧ୍ୟ ବହୁତ ସଂଖ୍ୟାରେ ଏଭଳି ଚାଷୀ ରହିଛନ୍ତି, ଯେଉଁମାନଙ୍କୁ ସଂସ୍ଥାଗତ ଋଣ ମିଳୁନାହିଁ। କାରଣ ସେମାନଙ୍କୁ କେସିସି ଜାରି କରାଯାଇନାହିଁ ଅଥବା ପୂର୍ବରୁ ଜାରି କରାଯାଇଥିବା କେସିସି ଡିଫଲ୍ଟ/ଏନ୍‌ପିଏ ହୋଇଛି କିମ୍ବା ବିଭିନ୍ନ କାରଣରୁ ଏହା ନିଷ୍କ୍ରିୟ ହୋଇରହିଛି। କେସିସିରେ ପ୍ରାପ୍ତ ଋଣ ସବ୍‌ସିଡିଯୁକ୍ତ ହେଉଥିବାରୁ ଚାଷୀଙ୍କ ଆଧାର ନମ୍ବରକୁ ବ୍ୟାଙ୍କ ନିଜ ପାଖରେ ରଖିବେ। ସାଧାରଣତଃ ବ୍ୟାଙ୍କ ୯ ପ୍ରତିଶତ ହାରରେ ଚାଷୀଙ୍କୁ ଫସଲ ଋଣ ପ୍ରଦାନ କରିଥାନ୍ତି। କିନ୍ତୁ ସରକାର ଏଥିରେ ୨ପ୍ରତିଶତ ସବ୍‌ସିଡି ଦେବାକୁ ସ୍ଥିର କରିଛନ୍ତି। ଫଳରେ କେସିସିରେ ପଞ୍ଜୀକୃତ ଚାଷୀଙ୍କୁ ୭% ହାରରେ ଋଣ ମିଳିବ। ଏହା ସ୍ବଳ୍ପ ମିଆଦି ବିଶିଷ୍ଟ ହେବ ଏବଂ ନିଶ୍ଚିତ ଅବଧି ମଧ୍ୟରେ ଋଣ ପୈଠ କରିବା କ୍ଷେତ୍ରରେ ଆହୁରି ୩% ଅତିରିକ୍ତ ପ୍ରୋତ୍ସାହନ ଦିଆଯିବ। ଫଳରେ ପ୍ରଭାବୀ ସୁଧ ହାର ୪% ରହିଯିବ।

Advertisement