Wednesday, August 19, 2026
ADVERTISEMENT
Home ଜାତୀୟ ଆତଙ୍କବାଦ ଏବଂ ଆଲୋଚନା ଏକ ସଙ୍ଗେ ଅସମ୍ଭବ: ମୋଦି

ଆତଙ୍କବାଦ ଏବଂ ଆଲୋଚନା ଏକ ସଙ୍ଗେ ଅସମ୍ଭବ: ମୋଦି

800
ADVERTISEMENT

ନୂଆଦିଲ୍ଲୀ, ୧୪/୬(ଡ଼ି.ଏଚ.ବି): ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜିସ୍ତାନ ରାଜଧାନୀ ବିଶେକେକରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ପାକିସ୍ତାନ ତଥା ଆତଙ୍କବାଦ କଥା ଉଠାଇଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଯଦି ଆଲୋଚନା କରିବାକୁ ଚାହୁଁଛି, ତାହେଲେ ପ୍ରଥମେ ଆତଙ୍କବାଦକୁ ମୂଳ ପୋଛ କରୁ। ଏହି ପ୍ରସଙ୍ଗରେ ଭାରତର ସ୍ୱର ସହ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସ୍ବର ମିଶାଇଛନ୍ତି। ଆତଙ୍କବାଦ ଏବଂ ଆଲୋଚନା ଏକ ସଙ୍ଗେ ହେବା ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ସ୍ପଷ୍ଟ କରି ଦେଇଛନ୍ତି। ସମ୍ମିଳନୀରେ ଭାଗ ନେଇ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ମୋଦି ହାତ ମିଳାଇ ନଥିଲେ କି କଥା ବି ହୋଇ ନଥିଲେ।

Advertisement