ବିଶ୍ୱକପ: ବର୍ଷା ବାଧକ, ବାତିଲ ହୋଇପାରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ

200
ADVERTISEMENT

ନୂଆଦିଲ୍ଲୀ, ୧୩/୬(ଏଜେନ୍ସି): ଆଜି ବିଶ୍ୱକପରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଥିବାବେଳେ ବାଧକ ସାଜିଛି ବର୍ଷା। ମଝିରେ କିଛି ସମୟ ପାଇଁ ବର୍ଷା ଛାଡିଯାଇଥିଲେ ମଧ୍ୟ ଭାରତୀୟ ସମୟ ୩ଟାରୁ ପୁଣି ବର୍ଷା ଆରମ୍ଭ ହୋଇଛି । ଫଳରେ ଭାରତୀୟ ସମୟ ୩.୩୦ରେ ହେବାକୁ ଥିବା ଗ୍ରାଉଣ୍ଡ ପରିଦର୍ଶନରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ପରିଦର୍ଶନ ପରେ ଗ୍ରାଉଣ୍ଡ କର୍ମଚାରୀ ପଡିଆରେ ଆବୃତ୍ତ କରି ରଖାଯାଇଥିବା ପାଲ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ବର୍ଷାର ପରିମାଣକୁ ଦେଖି ଲାଗୁଛି, ଆଜିର ମ୍ୟାଚଟି ମଧ୍ୟ ବାତିଲ ହୋଇପାରେ ।

ଗୋଟିଏ ବିଶ୍ୱକପରେ ଏତେ ସଂଖ୍ୟକ ମ୍ୟାଚ ବର୍ଷାଯୋଗୁଁ ବାତିଲ ହେବା ପ୍ରଥମ ଘଟଣା ହୋଇଛି । ଏବେ ସୁଦ୍ଧା ୩ଟି ମ୍ୟାଚ ବର୍ଷାଯୋଗୁଁ ବାତିଲ ହୋଇସାରିଛି । ଯାହାଫଳରେ ଆଇସିସିର କାର୍ଯ୍ୟସୂଚୀକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି ।

Advertisement