ପାହାଡ଼କୁ ଧକ୍କାଦେଇ ଦୁର୍ଘଟଣାଗ୍ରସ୍ତ, ବିମାନ ଏଏନ୍‌-୩୨

338
ADVERTISEMENT

ନୂଆଦିଲ୍ଲୀ, ୧୩/୬(ଏଜେନ୍ସି) : ଗତକାଲି ଭାରତୀୟ ବାୟୁସେନା ପକ୍ଷରୁ ନିଖୋଜ ଏଏନ୍‌-୩୨ ବିମାନର ଧ୍ୱଂସାବଶେଷ ପଡ଼ି ରହିଥିବା ସ୍ଥାନର ଏକ ସ୍ପଷ୍ଟ ଫଟୋ ଜାରି କରାଯାଇଛି। ଯେଉଁଥିରୁ ଜଣାପଡ଼ୁଛି ଯେ ବିମାନଟି ମେଚୁକାଠାରୁ ଅଳ୍ପଦୂରରେ ଥିବା ଏକ ପାହାଡ଼ରେ ଧକ୍କା ହେବା ପରେ ହିଁ କ୍ରାଶ ହୋଇଯାଇଥିଲା। ବାୟୁସେନା ପକ୍ଷରୁ ଦୁଇଟି ହେଲିକପ୍ଟର ଜରିଆରେ କ୍ରାଶ ସ୍ଥଳରେ ଅବତରଣ କରାଯାଇଛି। ବାୟୁସେନାର ୯ ଜଣ, ସ୍ଥଳସେନାର ୪ ଜଣ ଓ ୨ ଜଣ ସାଧାରଣ ପର୍ବତ ଆରୋହୀଙ୍କୁ ମଧ୍ୟ ଅପରେସନରେ ସାମିଲ କରାଯାଇଛି।

Advertisement