Tuesday, September 22, 2026
ADVERTISEMENT
Home ଖେଳ ବିଶ୍ୱକପ୍‌: ଓ୍ଵାର୍ଣ୍ଣରଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ଦେଲା ୩୦୮ ରନ୍‌ର ଟାର୍ଗେଟ

ବିଶ୍ୱକପ୍‌: ଓ୍ଵାର୍ଣ୍ଣରଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ଦେଲା ୩୦୮ ରନ୍‌ର ଟାର୍ଗେଟ

540
ADVERTISEMENT

ନୂଆଦିଲ୍ଲୀ, ୧୨/୬(ଏଜେନ୍ସି): ବିଶ୍ୱକପର ଆଜିର ମ୍ୟାଚ୍‌ରେ ଓପନର ଡେଭିଡ଼ ଓ୍ଵାର୍ଣ୍ଣରଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପାକିସ୍ତାନ ଆଗରେ ଏକ ମଜୁବୁତ ସ୍କୋର ଛିଡା କରିଛି। ଅପରପକ୍ଷେ ପାକିସ୍ତାନୀ ବୋଲର ମହମ୍ମଦ ଅମୀରଙ୍କୁ ୫ଟି ଓ୍ଵିକେଟ୍‌ ମିଳିଛି।

ଟଣ୍ଟନର ଦ କୋପର ଆସୋସିଏଟସ୍‌ କାଉଣ୍ଟି ଗ୍ରାଉଣ୍ଡରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ତେବେ, ଅଷ୍ଟ୍ରେଲିଆ ୪୯ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୩୦୭ ରନ୍‌ ସ୍କୋର କରିଛି। ଟିମ୍‌ ୫ମ ଓ୍ଵକେଟ୍‌ ଯାଏଁ ଭଲ ପ୍ରଦର୍ଶନ କରିଥିଲେ ବି ପରବର୍ତ୍ତୀ ମୁହୂର୍ତ୍ତରେ ବିପର୍ଯ୍ୟୟର ଶିକାର ହୋଇଥିଲା।

Advertisement