ଆସନ୍ତା ୨୨ ତାରିଖରେ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ :ସେଠାରେ ୫୦ ହଜାର ଭାରତୀୟଙ୍କୁ ସମ୍ବୋଧିତ କରିବେ

265
ADVERTISEMENT

ନୂଆଦିଲ୍ଲୀ,୧୫/o୯(ଏଜେନସି ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୨୨ ତାରିଖରେ ସେ ଆମେରିକାର ହୌଷ୍ଟନରେ ୫୦ ହଜାରରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ସମ୍ବୋଧିତ କରିବେ ବୋଲି ଜଣାପଡିଛି। ‘Howdy Modi’ (ହାଓ ଡୁ ୟୁ ଡୁର ସଂକ୍ଷିପ୍ତ ରୂପ)ନାମକ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ଭାରତୀୟମାନଙ୍କୁ ସମ୍ବୋଧନ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାଗ ନେଇ ପାରନ୍ତି ବୋଲି କୁହାଯାଉଛି। ଆମେରିକାର ଚତୁର୍ଥ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ସହରର ‘ଏନ୍‌ଆର୍‌ଜି ଫୁଟବଲ ଷ୍ଟାଡିୟମ’ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ତେବେ ମୋଦିଙ୍କର ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ କେତେ ଗୁଡିଏ ବ୍ୟବସାୟୀକ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି।

Advertisement