ଉତ୍ତରପ୍ରଦେଶ ,୧୪/o୯(ଏଜେନସି ) : ଆସନ୍ତା ଉତ୍ତରପ୍ରଦେଶ ଉପ-ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ(ଆଇଏନ୍ସି) ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ପ୍ରାର୍ଥୀମାନେ ହେଉଛନ୍ତି ଉମେଶ କୁମାର ଦିଓ୍ଵାକର, ସ୍ନେନ୍ ଲତା, କରିସ୍ମା ଠାକୁର, ସୁନୀଲ ମିଶ୍ର ଓ ରାଜମଙ୍ଗଲ ଯାଦବ। ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି)ର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହିମାନଙ୍କ ନାମ ଘୋଷଣା କରିଛନ୍ତି । ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ ଉମେଶ କୁମାର ଦିଓ୍ଵାକର ଇଗ୍ନିସ୍ରୁ ନିର୍ବାଚନ ଲଢ଼ିବେ। ତୁଣ୍ଡଲାରୁ ଲଢ଼ିବେ ସ୍ନେହଲତା। ଗୋବିନ୍ଦନଗରରୁ ନିର୍ବାଚନ ଲଢ଼ିବେ କରିସ୍ମା ଠାକୁର। ଜଲାଲ୍ପୁରରୁ ସୁନୀଲ ମିଶ୍ର ଓ ଘୋଷିରୁ ଲଢ଼ିବେ ରାଜମଙ୍ଗଲ ଯାଦବ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ଅନେକ ବିଧାୟକ ଲୋକସଭାକୁ ନିର୍ବାଚିତ ହେବା ପରେ ଅନେକ ଆସନ ଫାଙ୍କା ପଡ଼ିଛି। ଏହି କାରଣରୁ ଉପ-ନିର୍ବାଚନ କରାଯାଉଛି। ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ୬୨ଟି ଆସନ ଜିତିଥିବା ବେଳେ ବହୁଜନ ପାର୍ଟି ୧୦ଟି, ସମାଜବାଦୀ ପାର୍ଟି ୫ଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି।




















