Monday, September 21, 2026
ADVERTISEMENT
Home ଜାତୀୟ ଆସନ୍ତା ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨: ଇସ୍ରୋ

ଆସନ୍ତା ଜୁଲାଇ ୧୫ରେ ଲଞ୍ଚ୍‌ ହେବ ଚନ୍ଦ୍ରଯାନ-୨: ଇସ୍ରୋ

334
ADVERTISEMENT

ବେଙ୍ଗାଲୁରୁ, ୧୨/୬(ଏଜେନ୍ସି): ଆଗାମୀ ଜୁଲାଇ ୧୫ ତାରିଖରେ ଚନ୍ଦ୍ରଯାନ-୨ ଲଞ୍ଚ କରାଯିବ ବୋଲି ଭାରତୀୟ ଗବେଷଣା କେନ୍ଦ୍ର(ଇସ୍ରୋ) ପକ୍ଷରୁ ଆଜି ଏନେଇ ଘୋଷଣା କରାଯାଇଛି। ୧୦ ବର୍ଷ ପରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି ବୁଧବାର ଇସ୍ରୋ ଚେୟାରମ୍ୟାନ ଡା. କେ.ସିଭନ କହିଛନ୍ତି। ଜୁଲାଇ ୧୫ ତାରିଖ ରାତି ୨ଟା ୫୧ ମିନିଟରେ ଏହାକୁ ଲଞ୍ଚ୍‌ କରାଯିବ ବୋଲି ସୂଚନା ମିଳିଛି।

ସେହିପରି ଆଜି ମଡ୍ୟୁଲ୍ସ ଗୁଡିକର ପ୍ରଥମ ଚିତ୍ର ଇସ୍ରୋ ପକ୍ଷରୁ ଜାରି କରାଯାଇଛି। ଶ୍ରୀହରିକୋଟାରୁ ଚନ୍ଦ୍ରଯାନ-୨ ଜିଏସଏଲଭି ମ୍ୟାକ-୩ ରକେଟ ଜରିଆରେ ପଠାଯିବ। ଏହି ମିଶନର ତିନୋଟି ମଡ୍ୟୁଲ ରହିଛି। ସେଗୁଡିକ ହେଉଛି ଅର୍ବିଟର୍‌, ଲ୍ୟାଣ୍ଡର୍‌-ବିକ୍ରମ ଓ ରୋବର୍‌-ପ୍ରଜ୍ଞାନ। ସେଗୁଡିକ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି। ମଡ୍ୟୁଲଗୁଡିକ ଇସ୍ରୋ ଉପଗ୍ରହ ପରୀକ୍ଷଣ କେନ୍ଦ୍ରରେ ପରୀକ୍ଷା ମଧ୍ୟ କରାଯାଇସାରିଛି। ତେବେ, ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ଏକ ରୋଭର ପଠାଇ ଭାରତ ବିଶ୍ୱର ଏକମାତ୍ର ଦେଶଭାବେ ଇତିହାସ ସୃଷ୍ଟି କରିବାକୁ ଯାଉଛି।

Advertisement