Friday, September 25, 2026
ADVERTISEMENT
Home ମନୋରଞ୍ଜନ ଆଜି ରିଲିଜ୍‌ ହେଉଛି ‘ତୁ କହିଦେ ଆଇ ଲଭ ୟୁ’

ଆଜି ରିଲିଜ୍‌ ହେଉଛି ‘ତୁ କହିଦେ ଆଇ ଲଭ ୟୁ’

1911
ADVERTISEMENT

ଭୁବନେଶ୍ୱର,୧୩/o୯(କୁନା ପ୍ରଧାନ) : ୨୦୦୪ରେ ରିଲିଜ୍‌ ହୋଇଥିଲା ଏକ ଓଡ଼ିଆ ସିନେମା,ଯାହାର ଟାଇଟଲ୍‌ ହେଲା ‘ଆଇ ଲଭ ୟୁ’।ଏହି ପିଲ୍ମରୁ ଅନୁଭବ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ତା’ପରେ ‘ଆଇ ଲଭ ୟୁ’କୁ ଯୋଡ଼ା ଯାଇ ବେଶ୍‌ କେତାଟି ଓଡ଼ିଆ ସିନେମା ନିର୍ମିତ ହୋଇଛି। ଏଥି ମଧ୍ୟରେ ରହିଛି ‘ବାବୁ ଆଇ ଲଭ ୟୁ’,‘ନନ୍ଦିନୀ ଆଇ ଲଭ ୟୁ’,‘୧୪୩ ଆଇ ଲଭ ୟୁ’ଆଦି ସିନେମା। ଆଜି ପୁଣି ସେହି ଧରଣର ଟାଇଟଲ ଥିବା ଆଉ ଏକ ଓଡ଼ିଆ ସିନେମା ପରଦାକୁ ଆସୁଛି। ଏହି ପିଲ୍ମଟି ହେଲା ‘ତୁ କହିଦେ ଆଇ ଲଭ ୟୁ’।ଏହି ସିନେମାରେ ନାୟକ ଭୂମିକାରେ ଅଛନ୍ତି ରାକେଶ ଓ ନାୟିକା ଭୂମିକାରେ ଅଛନ୍ତି ଦିବ୍ୟାଦିଶା। ଅର୍ଥାତ୍‌ ରାକେଶ ଏଥିରେ ଦିବ୍ୟାଙ୍କୁ କହିବେ, ‘ତୁ କହିଦେ ଆଇ ଲୟ ୟୁ’।

Advertisement