ନୂଆଦିଲ୍ଲୀ,୧୨/o୯(ରବି ଦାସ ) : ବୁଧବାର ପାହାନ୍ତା ପରେ ପରେ ଲଦାଖସ୍ଥିତ ୧୩୪ କିଲୋମିଟର୍ ଲମ୍ବ ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତର ପାର୍ଶ୍ୱ କୂଳରେ ଭାରତ ଓ ଚୀନ୍ ସେନାବାହିନୀର ଯବାନମାନେ ଧସ୍ତାଧସ୍ତି ଲାଗିଥିଲେ। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ ଭାରତୀୟ ଯବାନମାନେ ପାଟ୍ରୋଲିଙ୍ଗ୍ କରୁଥିବା ବେଳେ ‘ପିପଲ୍ସ୍ ଲିବେରେସନ୍ ଆର୍ମି’ ଯବାନଙ୍କ ସହ ମୁହାଁମୁହିଁ ହୋଇଥିଲେ। ସେମାନେ ସେଠାରେ ଭାରତୀୟ ଯବାନଙ୍କ ଉପସ୍ଥିତିକୁ ଘୋର ବିରୋଧ କରିଥିଲେ। ଏଥିରୁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଯବାନଙ୍କ ମଧ୍ୟରେ ଝଗଡ଼ା ଓ ଧସ୍ତାଧସ୍ତି ହୋଇଥିଲା। ଫଳରେ ଉଭୟ ପକ୍ଷ ଉଭୟ ପଟରେ ଅଧିକ ସୈନ୍ୟ ଠୁଳ କରିଥିଲେ ଏବଂ ଘଟଣାସ୍ଥଳରେ ସନ୍ଧ୍ୟାଯାଏଁ କଜିଆ ଚାଲିଥିଲା।



















