ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‌ ପ୍ଲାଣ୍ଟ୍‌ରେ ଟ୍ୟାଙ୍କର୍‌ ବିସ୍ଫୋରଣ;

287
ADVERTISEMENT

ଉନ୍ନାଓ,୧୨/o୯(ଏଜେନସି ) : ଉତ୍ତରପ୍ରଦେଶ ଉନ୍ନାଓରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ଲାଣ୍ଟରେ ଗୁରୁବାର ବିସ୍ଫୋରଣ ହୋଇଛି । ହଠାତ୍‌ ଟ୍ୟାଙ୍କ ଫାଟିବାରୁ ଅଗ୍ନିକାଣ୍ଡ ଘଟିଥିଲା। ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ହୁ ହୁ ହୋଇ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ଏହି ଦୁର୍ଘଟଣା ଯୋଗୁ ପ୍ଲାଣ୍ଟରେ ଉପସ୍ଥିତ ବ୍ୟକ୍ତି ପ୍ରାଣ ବିକଳରେ ବାହାରିବାକୁ ଚେଷ୍ଟା କରିଥିଲେ। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ସୂଚନା ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି। ଟ୍ୟାଙ୍କରେ ଲିକ୍‌ ହେବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଯୁଦ୍ଧକାଳିନ ଭିତ୍ତିରେ ଏହି ଲିକେଜକୁ ରୋକିବାକୁ ଚେଷ୍ଟା କରାଯାଉଛି। ତେବେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପ୍ଲାଣ୍ଟରେ ଲୋକଙ୍କ ଯାତାୟାତକୁ ବନ୍ଦ କରିଦିଆଯାଇଛି। ଏଥିସହ ପ୍ଲାଣ୍ଡର ଆଖପାଖ ତଥା ୪ରୁ୫ କିଲୋମିଟରରେ ପର୍ଯ୍ୟନ୍ତ ଥିବା ଅଞ୍ଚଳକୁ ଆଲର୍ଟ ଜାରି କରାଯିବା ସହ ଖାଲି କରାଯାଇଥିବା ଜଣାପଡ଼ିଛି।

Advertisement