ମାସୁଦ୍‌ ଆଝାର ରୋଗଗ୍ରସ୍ତ : ଭାଇ ଅବଦୁଲ୍‌ ରଉଫ୍‌ ଅସଗର ଏବେ ତାଙ୍କ ଦାୟିତ୍ୱ ତୁଲାଉଛନ୍ତି

269
ADVERTISEMENT

ଇସଲାମାବାଦ୍‌,୧o/o୯(ଏଜେନସି ) : ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଆଝାର ଦୀର୍ଘଦିନ ଧରି ରୋଗଗସ୍ତ ଅଛନ୍ତି। ସେଥିପାଇଁ ହୁଏତ ପାକିସ୍ତାନ ସରକାର ତାଙ୍କୁ ମୁକ୍ତ କରିଥିବା କୁହାଯାଉଛି। ମାସୁଦ୍‌ଙ୍କ ଅନୁପସ୍ଥିତିରେ ସଂଗଠନର ଦାୟିତ୍ୱ ଏବେ ତାଙ୍କ ଭାଇ ଅବଦୁଲ୍‌ ରଉଫ୍‌ ଅସଗର ତୁଲାଉଛନ୍ତି। ମାସୁଦ୍‌ କିଡନୀ ରୋଗରେ ପୀଡ଼ିତ ଅଛନ୍ତି। ସେ ପାକିସ୍ତାନର ବହାବଲପୁର ଥିବା ଜୈଶ୍‌ ମୁଖ୍ୟାଳୟ ମରକଜ୍‌ ସୁଭାନଲ୍ଲାହରେ ଏବେ ରହୁଛନ୍ତି। ମରକଜ୍‌ ସୁଭାନଲ୍ଲାହ ଏକ ବିଶାଳ ବିଲ୍ଡିଙ୍ଗ୍‌। ଏଠାରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ସୁଯୋଗ ରହିଛି। ଏଠାରେ ଜୈଶ୍‌ର ପ୍ରମୁଖ ଅଧିକାରୀଙ୍କ ବୈଠକ ହୋଇଥାଏ।

Advertisement