ଆଜି ବିଶ୍ୱ ସାକ୍ଷରତା ଦିବସ: ଭାରତରେ ୨୮ କୋଟିଙ୍କୁ ଜଣାନାହିଁ ପଢ଼ିବା ଲେଖିବା

632
ADVERTISEMENT

ନୂଆଦିଲ୍ଲୀ,o୮/o୯(ରବି ଦାସ ) : ସେପ୍ଟେମ୍ବର ୮ରେ ବିଶ୍ୱ ସାକ୍ଷରତା ଦିବସ ପାଳିତ ହୋଇଥାଏ । ଏହା ୧୯୬୭ଠାରୁ ପାଳିତ ହେଉଛି। ଭାରତ ବିଭିନ୍ନ କ୍ଷେତ୍ରରେ ବିକାଶ ଧାରା ଜାରି ରଖିଥିବାବେଳେ ଏବେ ମଧ୍ୟ ଦେଶର ୨୮ କୋଟିରୁ ଅଧିକ ଲୋକଙ୍କୁ ପଢ଼ିବା ଲେଖିବା ଜଣାନାହିଁ ତେବେ ସ୍ବାଧୀନତା ପରେ ଦେଶର ସାକ୍ଷରତା ହାରରେ ଅଗ୍ରଗତି ହୋଇଛି। ସେତେବେଳେ ଏହା ୧୮ ପ୍ରତିଶତ ଥିଲା। ତେବେ ଏବେ ଏଥିରେ ୫୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୧ ଜନଗଣନା ଅନୁସାରେ କେରଳର ସାକ୍ଷରତା ହାର ୯୩.୯୧ ପ୍ରତିଶତ ରହିଛି। ସେହିପରି ଲାକ୍ଷାଦ୍ୱୀପରେ ୯୨.୨୮ ପ୍ରତିଶତ, ମିଜୋରାମ୍‌ରେ ୯୧.୫୮ ପ୍ରତିଶତ, ତ୍ରିପୁରାରେ ୮୭.୭୫ ପ୍ରତିଶତ ରହି ରହିଛି। ଅପରପକ୍ଷରେ ଗୋଆରେ ସାକ୍ଷରତା ହାର ୮୭.୪୦ ପ୍ରତିଶତ ଥିବାବେଳେ ତେଲେଙ୍ଗାନାରେ ୬୬.୫୦ ଏବଂ ବିହାରରେ ୬୩.୮୨ ପ୍ରତିଶତ ରହିଛି। ବିହାର ଏବଂ ତେଲେଙ୍ଗାନାର ସାକ୍ଷରତା ହାର ସର୍ବନିମ୍ନ ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୧୧ ଜନଗଣନା ଅନୁସାରେ ଦେଶର ସାକ୍ଷରତା ହାର ୭୫.୦୬ ପ୍ରତିଶତ ରହିଛି। ସର୍ବ ଶିକ୍ଷା ଅଭିଯାନ ଦ୍ୱାରା ବହୁ ସଫଳତା ମିଳିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

Advertisement