ପି.ଚିଦାମ୍ବରମ୍‌ ତିହାର ଜେଲ୍‌ ଗଲେ ! ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରହିବେ

351
ADVERTISEMENT

ନୂଆଦିଲ୍ଲୀ,o୫/o୯(ରବି ଦାସ ) : ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ତିହାରର ସେଣ୍ଟ୍ରାଲ ଜେଲ୍‌କୁ ପଠାଇ ଦେଇଛନ୍ତି । ତିହାର ଜେଲରେ ଚିଦାମ୍ବରମ୍‌ଙ୍କୁ କେଉଁସବୁ ସୁବିଧା ମିଳିବ, ସେନେଇ ଏକ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି। ଜେଲର ଅନ୍ୟ କଏଦୀଙ୍କ ଭଳି ତାଙ୍କ ସହ ବ୍ୟବହାର କରାଯିବ ବୋଲି ତିହାର କର୍ତ୍ତୃପକ୍ଷ କହିଛନ୍ତି। ମାତ୍ର ଚିଦାମ୍ବରମ୍‌ଙ୍କ ଓକିଲ କପିଲ ଶିବଲ କୋର୍ଟରେ ତାଙ୍କୁ ଜେଲରେ ସ୍ବତନ୍ତ୍ର ସୁବିଧା ସୁଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଜେଲରେ ଚିଦାମ୍ବରମ୍‌ଙ୍କ ପାଇଁ ଅତ୍ୟାଧୁନିକ ଟଏ୍‌ଲେଟ ବ୍ୟବସ୍ଥା, ତାଙ୍କ ଜେଡ୍‌ ସିକ୍ୟୁରିଟି ମିଳୁଥିବାରୁ ଜେଲରେ ତାଙ୍କର ସୁରକ୍ଷା ବ୍ୟବସ୍ଥା, ସ୍ବତନ୍ତ୍ର ସେଲ୍‌ର ବ୍ୟବସ୍ଥା କରାଯିବାକୁ ଶିବଲ ଆବେଦନ କରିଥିଲେ। ସିବିଆଇ କୋର୍ଟ ବିଚାରପତି ଅଜୟ କୁମାର ତୁରନ୍ତ ଚିଦାମ୍ବରମ୍‌ଙ୍କ ସମସ୍ତ ଆବେଦନକୁ ଗ୍ରହଣ କରିଥିଲେ।

Advertisement