Sunday, November 22, 2026
ADVERTISEMENT
Home ଜାତୀୟ ବାୟୁସେନା ପାଇଁ ୬ଟି ଆକାଶ ଏୟାର ଡିଫେନ୍ସ ସିଷ୍ଟମ କିଣିବା ପ୍ରସ୍ତାବକୁ ସରକାରୀ ମଂଜୁରୀ

ବାୟୁସେନା ପାଇଁ ୬ଟି ଆକାଶ ଏୟାର ଡିଫେନ୍ସ ସିଷ୍ଟମ କିଣିବା ପ୍ରସ୍ତାବକୁ ସରକାରୀ ମଂଜୁରୀ

276
ADVERTISEMENT

ନୂଆଦିଲ୍ଲୀ,o୫/o୯(ରବି ଦାସ ) : ଭାରତୀୟ ବାୟୁସେନା ପାଇଁ ୬ ସ୍କ୍ଵାର୍ଡନ ଆକାଶ ଏୟାର ଡିଫେନ୍ସ ସିଷ୍ଟମ ଖରିଦ କରିବାକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ଏହି ଏୟାର ଡିଫେନ୍ସ ସିଷ୍ଟମଗୁଡ଼ିକ ପାକିସ୍ତାନ ଓ ଚୀନ ସୀମାରେ ମୁତୟନ ହେବ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ କମିଟି ଏହି ପ୍ରସ୍ତାବକୁ ମଂଜୁରୀ ଦେଇଛି । ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବାୟୁସେନାକୁ ଅବଗତ କରାଯାଇଛି । ଏହି ୬ଟି ଆକାଶ ଏୟାର ଡିଫେନ୍ସ ସିଷ୍ଟମ ସହ ବାୟୁସେନା ପକ୍ଷରୁ ଅର୍ଡର ଦିଆଯାଇଥିବା ଆକାଶ ସିଷ୍ଟମ ସଂଖ୍ୟା ୧୫ରେ ପହଞ୍ଚିଛି । ଗତ ବର୍ଷ ଅନୁଷ୍ଠିତ ହୋଇଥିବା ସୂର୍ଯ୍ୟଲଙ୍କା ଯୁଦ୍ଧାଭ୍ୟାସ ବେଳେ ଭାରତର ଆକାଶଏୟାର ଡିଫେନ୍ସ ସିଷ୍ଟମ ଓ ଇସ୍ରାଏଲର ଏକ ଏୟାର ଡିଫେନ୍ସ ସିଷ୍ଟମର ମିଳିତ ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷଣରେ ଆକାଶ ସିଷ୍ଟମର ପ୍ରଦର୍ଶନ ସବୁଠାରୁ ଭଲ ଥିଲା । ଏହା ଫଳରେ ଏହି ସିଷ୍ଟମ ଉପରେ ବାୟୁସେନାର ଭରଷା ବଢିଯାଇଛି । ଡିଆରଡିଓ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ ଏହାକୁ ବିକଶିତ କରାଯାଇଛି ।

Advertisement