Sunday, September 20, 2026
ADVERTISEMENT
Home ଜାତୀୟ ହାଇଦ୍ରାବାଦ:ବିପୁଳ ପରିମାଣର ଟଙ୍କା ଜବତ

ହାଇଦ୍ରାବାଦ:ବିପୁଳ ପରିମାଣର ଟଙ୍କା ଜବତ

327
ADVERTISEMENT

ହାଇଦ୍ରାବାଦ , (ଦୁନିଆ ହାଲ୍ ଚାଲ୍) : ନିର୍ବାଚନ ସମୟ ଯେତେକି ପାଖେଇ ଆସୁଛି ଦେଶର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ଟଙ୍କା ଜବତ ହେଉଛି। ହାଇଦ୍ରାବାଦ ପୁଲିସ୍‌ ଏବଂ ଟାକ୍ସ ଫୋର୍ସ ଗତକାଲି ୭ ଜଣ ବ୍ୟକ୍ତିଙ୍କୁ ହେପାଜତକୁ ନେବା ସହ ସେମାନଙ୍କ ନିକଟରୁ ୮ କୋଟି ଟଙ୍କା ଜବତ କରିଛି। ସେହିଭଳି କୋଏମ୍ବାଟୁରରେ ମଧ୍ୟ ପୁଲିସ୍‌ କୋଟିଏରୁ ଅଧିକ ଟଙ୍କାର ନଗଦ ଅର୍ଥ ଜବତ କରିଛି। ପୁଲିସ୍‌ ଚେକିଂ ବେଳେ କାରାମଡ଼ାଇ ପୁଲିସ୍‌କୁ ଏହି ସଫଳତା ମିଳିଛି।  ଏହି ଟଙ୍କା ନେଇ ବୈଧ କାଗଜପତ୍ର ଦେଖାଇ ନପାରିବାରୁ ପୁଲିସ୍‌ ଟଙ୍କା ସବୁକୁ ଜବତ କରିଛି।

Advertisement