ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ଝଟକା: ମିଳିବନି ଆଜୀବନ ସରକାରୀ ସୁବିଧା ସୁଯୋଗ

412
ADVERTISEMENT

ଜୟପୁର,o୪/o୯(ଏଜେନସି ): ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନିଷ୍ପତ୍ତି ଯୋଗୁ ଏକ ବଡ଼ ଝଟକା ଲାଗିଛି। ଏଣିକି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଆଜୀବନ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ମିଳିବନି। ହାଇକୋର୍ଟ ରାଜସ୍ଥାନ ମନ୍ତ୍ରୀ ବେତନ ସଂଶୋଧନ ଅଧିନିୟମ ୨୦୧୭କୁ ଅବୈଧ ଘୋଷିତ କରିଛନ୍ତି। ଫଳରେ ରାଜ୍ୟର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳୁଥିବା ସରକାରୀ ସୁବିଧା ସୁଯୋଗ ଏବେ ଆଉ ମିଳିବ ନାହିଁ। ସୂଚନାଯୋଗ୍ୟ, ଏହି ଅଧିନିୟମ ଅର୍ନ୍ତଗତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳାରେ ରହିବାକୁ ମିଳିବା ସହିତ ମାଗଣା ଟେଲିଫୋନ୍‌ ଆଦି ବହୁ ସୁବିଧା ସୁଯୋଗ ମିଳୁଥିଲା।

Advertisement