Tuesday, November 24, 2026
ADVERTISEMENT
Home ଜାତୀୟ ସେପ୍ଟେମ୍ବର ୦୧ତାରିଖ ଠାରୁ ସାରା ଦେଶରେ ଆରମ୍ଭ ହେବ ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମ, ଭୋଟର...

ସେପ୍ଟେମ୍ବର ୦୧ତାରିଖ ଠାରୁ ସାରା ଦେଶରେ ଆରମ୍ଭ ହେବ ଭୋଟର ତାଲିକା ଯାଞ୍ଚ କାର୍ଯ୍ୟକ୍ରମ, ଭୋଟର ନିଜେ କରିପାରିବେ ସଂଶୋଧନ

261
ADVERTISEMENT

ନୂଆଦିଲ୍ଲୀ,୦୧/୦୯( ରବି ଦାସ ) : ଆସନ୍ତାକାଲିଠାରୁ ସାରା ଦେଶରେ ଆରମ୍ଭ ହେବ ମେଗା ଭୋଟରତାଲିକା ଯାଞ୍ଚ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ବିଶେଷତ୍ୱ ହେଉଛି ଏହି କାମ କୌଣସି ସରକାରୀ କର୍ମଚାରୀ ନ କରି ଭୋଟରମାନେ ନିଜେ କରିବେ । ପ୍ରତି ପରିବାରର ଜଣଙ୍କୁ ଏକ ଆଇଡି ଓ ପାସଓ୍ଵାର୍ଡ ଦିଆଯିବ । ସେ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଭୋଟର ପଂଜୀକରଣ କିମ୍ବା ସଂଶୋଧନ ଲାଗି ଆବଶ୍ୟକ କାଗଜପତ୍ର ଅପଲୋଡ କରି କରିପାରିବେ । ଏସବୁ ତଥ୍ୟକୁ ବ୍ଲକ ସ୍ତରର ଜଣେ ଅଧିକାରୀ ଯାଞ୍ଚ କରି ମଂଜୁର କରିବାପରେ ତାହା ଭୋଟର ତାଲିକାରେ ସ୍ଥାନ ପାଇବ । ଏହି କାର୍ଯ୍ୟକ୍ରମ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଆୟୋଜନ କରାଯାଇଛି । ରାଜ୍ୟ ସ୍ତରରେ ମୋଟ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲାସ୍ତରରେ ୭୪୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ବ୍ଲକସ୍ତରରେ ବ୍ଲକସ୍ତରୀୟ ଅଧିକାରୀ ଏହି କାର୍ଯ୍ୟକ୍ରମର ତଦାରଖ କରିବେ । ସେପ୍ଟେମ୍ବର ୦୧ତାରିଖ ଠାରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ ।

Advertisement