କଂଗ୍ରେସ ପାକିସ୍ତାନର ଭାଷା କହୁଛି: ଶିବରାଜ

320
ADVERTISEMENT

ନୂଆଦିଲ୍ଲୀ,୧।୯(ରବି ଦାସ): ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂଙ୍କ ବିବାଦୀୟ ବୟାନର ଉତ୍ତର ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ତେବେ ଦିଗ୍‌ବିଜୟ କହିଥିଲେ, ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ମୁସଲମାନଙ୍କ ଅପେକ୍ଷା ଅଣ ମୁସଲମାନ ଅଧିକ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ତେବେ ଭାଜପା ଓ ବଜରଙ୍ଗ ଦଳ ଆଇଏସ୍‌ଆଇଠାରୁ ପାଣ୍ଠି ଯୋଗାଡ କରୁଥିବା ମଧ୍ୟ ଦିଗ୍‌ବିଜୟ ଅଭିଯୋଗ କରିଥିଲେ। ଏବେ ଏହାକୁ ନେଇ ଶିବରାଜ ଅଭିଯୋଗ କହିଛନ୍ତି କି ମିଡିଆରେ ଚର୍ଚ୍ଚାରେ ରହିବାକୁ କଂଗ୍ରେସ ନେତାମାନେ ଏମିତି ବୟାନ ଦେଉଛନ୍ତି। ଆଉ କଂଗ୍ରେସ ନେତାମାନେ ପାକିସ୍ତାନ ଭାଷା କହୁଛନ୍ତି। କାରଣ ନିକଟରେ ପାକିସ୍ତାନର ଏକ ରିପୋର୍ଟରେ ରାହୁଲ ଗାନ୍ଧୀଙ୍କ ବୟାନର ଉଦାହରଣ ଦେଖିବାକୁ ମିଳିଥିଲା।

Advertisement