ନୃପେନ୍ଦ୍ର ମିଶ୍ର ହୋଇପାରନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ

280
ADVERTISEMENT

ନୂଆଦିଲ୍ଲୀ,୩୧/୮(ରବି ଦାସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେବା ପରେ ସେ କେଉଁ ପଦବୀରେ ଅବସ୍ଥାପିତ ହେବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୧୯୭୭ ବ୍ୟାଚ୍‌ର ଏହି ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ୍‌ ଅଧିକାରୀ ନବଗଠିତ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ହୋଇପାରନ୍ତି ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଅନୁରୋଧକ୍ରମେ ସେ ଆଉ ଦୁଇସପ୍ତାହ ପିଏମ୍‌ଓରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ପିଏମ୍‌ଓରେ ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟ କରିଥିବା ନୃପେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କର ଅତି ବିଶ୍ୱସ୍ତ। ଜମ୍ମୁ-କଶ୍ମୀର ସମ୍ପର୍କିତ ନିଷ୍ପତ୍ତିରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।
ନୃପେନ୍ଦ୍ରଙ୍କୁ ଦିଲ୍ଲୀର ଉପରାଜ୍ୟପାଳ କରାଯାଇପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ମୋଦି ୨୦୧୪ରେ କେନ୍ଦ୍ରରେ ନେତୃତ୍ୱ ନେବାବେଳେ ନୃପେନ୍ଦ୍ର ତାଙ୍କୁ ଅନେକ ଶିକ୍ଷା ଓ ମାର୍ଗଦର୍ଶନ ଦେଇଥିଲେ, ଯାହା ଅତ୍ୟନ୍ତ ମୂଲ୍ୟବାନ ଥିଲା। ସେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ, ଯାହାଙ୍କର ସରକାରୀ ନୀତି ଓ ପ୍ରଶାସନ ଉପରେ ଦଖଲ ରହିଥିବା ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ଏବେ ତାଙ୍କ ପାଇଁ ଜନସାଧାରଣ ତଥା ଜାତୀୟ ସ୍ବାର୍ଥ ନିମନ୍ତେ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ଇସ୍ତଫା ନିଷ୍ପତ୍ତି ପରେ ନୃପେନ୍ଦ୍ର କହିଛନ୍ତି।

Advertisement