ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ରା ଅବସର ନେବେ

291
ADVERTISEMENT

ନୂଆଦିଲ୍ଲୀ,୩୧/୮(ରବି ଦାସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ରା ତାଙ୍କ ପଦରୁ ଅବସର ନେବେ । ସେ ସେପ୍‌ଟେମ୍ବର ଦ୍ବିତୀୟ ସପ୍ତାହରେ କାର୍ଯ୍ୟମୁକ୍ତ ହେବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରି ଏହି ସୂଚନା ଦେଇଛନ୍ତି। ନୃପେନ୍ଦ୍ର ନିଜେ ସେବା ନିବୃତ୍ତ ହେବାପାଇଁ ଇଛା ପ୍ରକାଶ କରିଥିଲେ ଏବଂ ତାଙ୍କ ଅନୁରୋଧକୁ ସରକାର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମିଶ୍ରାଙ୍କୁ ଦୁଇ ସପ୍ତାହ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ପି.କେ. ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ୍‌ଡି ନିଯୁକ୍ତି ଦିଆଯାଇଛି ।

Advertisement