ଚନ୍ଦ୍ରର ଚତୁର୍ଥ କକ୍ଷ ମଧ୍ୟକୁ ପ୍ରବେଶ କଲା ଚନ୍ଦ୍ରଯାନ-୨

321
ADVERTISEMENT

ନୂଆଦିଲ୍ଲୀ,୩୧/୮(ରବି ଦାସ) : ଶୁକ୍ରବାର ଦିନ ଚନ୍ଦ୍ରଯାନ-୨କୁ ସଫଳତାର ସହ ଚନ୍ଦ୍ରର ଚତୁର୍ଥ କକ୍ଷପଥ ମଧ୍ୟକୁ ପ୍ରବେଶ କରାଯାଇଥିବା କଥା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି। ଅନ୍‌ବୋର୍ଡ ପ୍ରପୁଲ୍‌ସିଅନ୍‌ ସିଷ୍ଟମ୍‌ ବ୍ୟବହାର କରାଯାଇ ଏହା ସମାପନ କରାଯାଇଛି।ସନ୍ଧ୍ୟା ୬: ୧୮ ମିନିଟ୍‌ରେ କକ୍ଷପଥ ପ୍ରବେଶ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏଥିପାଇଁ ପ୍ରାୟ ୧୯: ୨୫ ମିନିଟ୍‌ ଲାଗିଥିଲା।ଟୁଇଟ୍‌ କରି ଇସ୍ରୋ କହିଛି: ଆଜି (ଅଗଷ୍ଟ ୩୦, ୨୦୧୯) ୬: ୧୮ ମିନିଟ୍‌ରେ ମହାକାଶ ଯାନ ଚନ୍ଦ୍ରଯାନ-୨କୁ ସଫଳତାର ସହ ଚତୁର୍ଥ ଚନ୍ଦ୍ରଗାମୀ କକ୍ଷପଥ ମଧ୍ୟରେ ସଫଳତାର ସହ ପ୍ରବେଶ କରାଯାଇଛି। ଚନ୍ଦ୍ରପୃଷ୍ଠ ଆଡ଼କୁ କ୍ରମଶଃ ନିକଟତର ହେଉଥିବା ମହାକାଶ ଯାନର ଚତୁର୍ଥ କକ୍ଷପଥ ପ୍ରବେଶ ଚିତ୍ରଣ କରି ଇସ୍ରୋ ମଧ୍ୟ ଚିତ୍ରଟିଏ ପୋଷ୍ଟ୍‍ କରିଛି। ଚିତ୍ରରେ ଇସ୍ରୋ ଦର୍ଶାଇଛି ଯେ ଚାରିଟି କକ୍ଷପଥ ପ୍ରବେଶ ସରିଲା, କେବଳ ଆଉ ଗୋଟିଏ ରହିଲା।ପରବର୍ତ୍ତୀ କକ୍ଷପଥ ପ୍ରବେଶ ସେପ୍ଟେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରୁ ୭ ମଧ୍ୟରେ କରାଯିବ। ସେତେବେଳେ ଏହି ଯାନ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୧୦୦ କିଲୋମିଟର୍‌ ଦୂରରେ ଥିବ।

Advertisement