Thursday, September 24, 2026
ADVERTISEMENT
Home ଜାତୀୟ ବିଦେଶୀ ମିଡିଆକୁ ଏଲ୍‌ଓସି ବୁଲାଇଲା ପାକ୍‌

ବିଦେଶୀ ମିଡିଆକୁ ଏଲ୍‌ଓସି ବୁଲାଇଲା ପାକ୍‌

271
ADVERTISEMENT

ଇସ୍‌ଲାବାବାଦ,୩୦/୮(ଏଜେନସି) : କଶ୍ମୀର ପ୍ରସଙ୍ଗରେ ବିଶ୍ୱବ୍ୟାପୀ ଡିଣ୍ଡିମ ପିଟି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରୁଥିବା ପାକିସ୍ତାନ ଗୁରୁବାର ବିଦେଶୀ ମିଡିଆକୁ ନିୟନ୍ତ୍ରଣରେଖା (ଏଲ୍‌ଓସି) ବୁଲାଇଛି। ଏହାସହ ଭାରତ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଥିବା ସେମାନଙ୍କ ନିକଟରେ ଅଭିଯୋଗ କରିଛି। କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧି ପିଓକେ ସଂଲଗ୍ନ ଏଲ୍‌ଓସି ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କଠାରୁ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ପାକିସ୍ତାନର ଇଣ୍ଟର ସର୍ଭିସେସ୍‌ ପବ୍ଲିକ୍‌ ରିଲେଶନ୍ସ ମହାନିର୍ଦ୍ଦେଶକ ଆସିଫ୍‌ ଗଫୁର ଏସମ୍ପର୍କିତ ଭିଡିଓ ଟୁଇଟ୍‌ କରିଛନ୍ତି।

Advertisement