ବୈଦେଶିକ ମନ୍ତ୍ରଣାଳୟ : କଶ୍ମୀରକୁ ନେଇ ମୂଲ୍ୟହୀନ କଥା କହୁଛି ପାକିସ୍ତାନ

306
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ ) : ପାକିସ୍ତାନ ଭାରତ ପ୍ରତି ଯେଉଁ ମନୋଭାବ ପୋଷଣ କରୁଛି ତାକୁ ନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର କହିଥିଲେ ପାକିସ୍ତାନ ସାଧାରଣ ପଡୋଶୀ ଭଳି ବ୍ୟବହାର କରୁନାହିଁ। ସେ ବିଶେଷ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାକୁ ଚାହୁଁଛି। ପାକିସ୍ତାନ ଭାରତକୁ ନେଇ ଯେଉଁ ଟୁଇଟ୍‌ କରୁଛି ଅବା ବୟାନ ଦେଉଛି ତାକୁ ନିନ୍ଦନିୟ । କାରଣ ସେ ତା’ ବୟାନରେ ଜେହାଦ କଥା ଉଠାଉଥିବା ବେଳେ ହିଂସା ସୃଷ୍ଟି କରିବା ଭଳି ଟୁଇଟ୍‌ ମଧ୍ୟ କରୁଛି। ତେଣୁ ସାରା ବିଶ୍ୱ ପାକିସ୍ତାନର ଚାଲାକି ବୁଝି ଯାଇଥିବା ରବିଶ କୁମାର କହିଛନ୍ତି।

Advertisement