ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

322
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ) : ଗୁରୁବାର ଦିନ ଇନ୍ଦିରା ଗାନ୍ଧୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ‘ଖେଳ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। କାର୍ଯ୍ୟକ୍ରମସ୍ଥଳରେ ତାଙ୍କ ସହ ଉପସ୍ଥିତ ଥିଲେ କ୍ରୀଡ଼ାମନ୍ତ୍ରୀ କିରେଣ ରିଜିଜୁ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‌। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ଭାଷଣ ଦେଇ କହିଲେ, ଫିଟ୍‌ନେସ୍‌ ସହ କ୍ରୀଡ଼ାର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। କିନ୍ତୁ ଆଜିର ‘ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ୍‌’ ତା’ଠାରୁ ଅଧିକ। ଫିଟ୍‌ନେସ୍‌ କେବଳ ମାତ୍ର କ୍ରୀଡ଼ା ନୁହେଁ, ଆମ ଜୀବନର ପ୍ରମୁଖ ଅଂଶ।କ୍ରୀଡ଼ା ଇତିହାସରେ ଅନ୍ୟତମ ନାମଜାଦା ହକି ଖେଳାଳି ମେଜର୍‌ ଧ୍ୟାନ ଚାନ୍ଦଙ୍କୁ ତାଙ୍କ ୧୧୪ତମ ଜନ୍ମଦିବସରେ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ। ଫିଟ୍‌ନେସ୍‌ ବ୍ୟାଣ୍ଡ୍‌, ମୋବାଇଲ୍‌ ଫିଟ୍‌ନେସ୍‌ ଏବଂ ଡାଏଟ୍‌ ଆପ୍‌ ଉପରେ ନିର୍ଭରଶୀଳ ଲୋକମାନଙ୍କୁ ବିଦ୍ରୂପ କରି ସେ କହିଲେ: ସମୟ କେମିତି ବଦଳି ଯାଇଛି! ଲୋକେ ସାଇକେଲ୍‌ ଚଳାଉଥିଲେ ବା ସବୁବେଳେ ଚାଲୁଥିଲେ। ବୈଷୟିକ ଅଗ୍ରଗତି ହେବାରୁ ଶାରୀରିକ କାର୍ଯ୍ୟକଳାପ ହ୍ରାସ ପାଇଲା। ଆମେ କେତେ ପାଦ ଚାଲିଲୁ ତାହା ଜାଣିବାକୁ ଆଜି ଲୋକମାନଙ୍କ ପାଖରେ ଗ୍ୟାଜେଟ୍‌ ଓ ପ୍ରଯୁକ୍ତିବିଦ୍ୟା ରହିଛି। କିନ୍ତୁ କେହି ସେଥିପ୍ରତି ଉଚିତ ଧ୍ୟାନ ଦେଉ ନାହାନ୍ତି। ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ରିଜିଜୁ କହିଲେ, ଏହା ହେଉଛି ସମସ୍ତ ଲୋକ ଭାଗ ନେଇଥିବା ପ୍ରଥମ ଫିଟ୍‌ନେସ୍‌ ଆନ୍ଦୋଳନ। ଏଥିପାଇଁ ମୁଁ ଲୋକମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି।ଏହି ଅଭିଯାନକୁ ସମର୍ଥନ କରୁଥିବା ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ ପିଭି ସିନ୍ଧୁ, ଧାବିକା ହିମା ଦାସ, ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ୍‌ଙ୍କ ଭଳି କେତେ ଜଣ କ୍ରୀଡ଼ା ତାରକା ସେଠାରେ ଉପସ୍ଥିତ ଥିଲେ।

Advertisement