ପାକିସ୍ତାନ ଭାରତୀୟ ବିମାନ ପାଇଁ ନିଜର ଆକାଶ ପଥ ବନ୍ଦ କରିଲେ, ଭାରତ ନିଜର ସାମୁଦ୍ରିକ ପଥ ବନ୍ଦ କରିବା ଦରକାର : ସୁବ୍ରମଣ୍ୟମ ସ୍ୱାମୀ

438
ADVERTISEMENT

ନୂଆଦିଲ୍ଲୀ,୨୯/୮(ରବି ଦାସ ) : ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସୋସିଆଲ ମିଡିଆ ଜରିଆରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଯଦି ପାକିସ୍ତାନ ଭାରତୀୟ ବିମାନ ପାଇଁ ନିଜର ଆକାଶ ପଥ ବନ୍ଦ କରୁଛି, ତା’ ହେଲେ ଭାରତ ବି ନିଜର ସାମୁଦ୍ରିକ ପଥକୁ ବନ୍ଦ କରିଦେବା ଦରକାର । ଆରବ ସାଗର ଦେଇ କରାଚି ଯାଉଥିବା ସାମୁଦ୍ରିକ ଜାହାଜକୁ ଭାରତ ଅଟକାଇ ଦେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି । ଭାରତରୁ ପରିଚାଳିତ ହେବଥିବା ବିମାନଗୁଡ଼ିକ ପାଇଁ ପାକିସ୍ତାନ ନିଜର ଆକାଶ ପଥ ବନ୍ଦ କରିବା ସଂପର୍କୀତ ଖବର ଗଣମାଧ୍ୟମରେ ପ୍ରକାଶିତ/ପ୍ରସାରିତ ହେବା ପରେ ସୁବ୍ରମଣ୍ୟମ ସ୍ୱାମୀ ଏହି କଥା କହିଛନ୍ତି । ଭାରତ ପକ୍ଷରୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇପାରେ । ସ୍ୱାମୀ ନିଜର ଟୁଇଟର ଜରିଆରେ କହିଛନ୍ତି, ନମୋ ସରକାରଙ୍କୁ ମୋର ନିବେଦନ, ଯଦି ପାକିସ୍ତାନ ଆମର ବାଣିଜ୍ୟିକ ଏବଂ ନାଗରିକ ବିମାନ ପାଇଁ ନିଜର ଆକାଶ ପଥ ବନ୍ଦ କରୁଛି, ତା’ ହେଲେ ଭାରତ ବି କରାଚି ବନ୍ଦର ପାଇଁ ଆରବ ସାଗରରୁ ଯାଉଥିବା ଜାହାଜ ପାଇଁ ଥିବା ରାସ୍ତାକୁ ବନ୍ଦ କରି ଦେବା ଦରକାର । ପାକିସ୍ତାନର ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀ ଫୱାଦ ଚୌଧୁରୀ ନାଗରିକ ବିମାନ ପାଇଁ ନିଜର ଆକାଶ ପଥ ବନ୍ଦ କରୁଥିବାର ଘୋଷଣାପରେ ସୁବ୍ରମଣ୍ୟମ ସ୍ୱାମୀ ସୋସିଆଲ ମିଡିଆ ଜରିଆରେ କେନ୍ଦ୍ର ସରକାରଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ।

Advertisement