ନୂଆଦିଲ୍ଲୀ,୨୮/୮(ରବି ଦାସ ) : ଋଷିଆରେ ଚାଲିଥିବା ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି ଓଡ଼ିଆ ପୁଅ ଆସ୍ୱାଥ ନାରାୟଣନ । ୪୫ ତମ ୱାର୍ଲଡ ସ୍କିଲ ପ୍ରତିଯୋଗିତାରେ ଓଡ଼ିଶାର ଆସ୍ୱାଥ ନାରାୟଣନଙ୍କୁ ସ୍ବର୍ଣ୍ଣ ମିଳିଥିବାବେଳେ ୱାଟର ଟେକ୍ନୋଲୋଜିରେ ସେ ସ୍ବର୍ଣ୍ଣ ଜିତିଛନ୍ତି । ନାରାୟଣନଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଆସ୍ୱାଥ ନାରାୟଣନଙ୍କ କୃତିତ୍ୱ ଓଡିଶା ପାଇଁ ଗର୍ବର ବିଷୟ ।



















