ବାରାଣସୀରେ ଆତଙ୍କବାଦୀ ଆକ୍ରମଣ : ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା

238
ADVERTISEMENT

ନୂଆଦିଲ୍ଲୀ,୨୮/୮(ରବି ଦାସ ) : ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ପକ୍ଷରୁ ବାରାଣସୀରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି । ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୋଇନ୍ଦା ରିପୋର୍ଟ ଅନୁସାରେ ଲଶ୍କର ସଦସ୍ୟ ଉମର ମଦନି ବାରାଣସୀର ଏକ ଯାତ୍ରୀ ନିବାସରେ ମେ ୭ରୁ ୧୧ ପର୍ଯ୍ୟନ୍ତ ରହିଥିଲେ। ସେ କେତେକ ଲୋକଙ୍କ ସହିତ ସାକ୍ଷାତ୍‌ ମଧ୍ୟ କରିଥିଲେ। ତାଙ୍କ ସହିତ ନେପାଳର ଜଣେ ଆତଙ୍କବାଦୀ ଥିବା ରିପୋର୍ଟରେ ଦର୍ଶାଯାଇଛି। ସେମାନେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ସଂଗଠନରେ ସାମିଲ୍‌ କରାଇବା ପାଇଁ ଯୋଜନା କରିଥିବା କୁହାଯାଉଛି। ଗୋଇନ୍ଦା ରିପୋର୍ଟ ଆଧାରରେ ବାରାଣସୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisement