ଦେଶର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

240
ADVERTISEMENT

ଡେରାଡୁନ୍‌ ,୨୭/୮(ଏଜେନସି) : ଦେଶର ପ୍ରଥମ ମହିଳା ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୁଲିସ୍‌(ଡିଜିପି) କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କର ପରଲୋକ ଘଟିଛି। ମୁମ୍ବାଇଠାରେ ସୋମବାର ରାତିରେ ଶରୀରର ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ରହିଛି। ଭଟ୍ଟାଚାର୍ଯ୍ୟ ହେଉଛନ୍ତି ୧୯୭୩ ମସିହା ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌। ୨୦୦୪ ମସିହାରେ ସେ ଉତ୍ତରାଖଣ୍ଡରେ ଡିଜିପି ଭାବେ ନିଯୁକ୍ତି ପାଇବା ପରେ ଇତିହାସ ରଚିଛନ୍ତି। ୨୦୦୭ ମସିହା ଅକ୍ଟୋବର ୩୧ ତାରିଖରେ ସେ ଡିଜିପି ପଦରୁ ଅବସର ନେଇଥିଲେ।ଚାକିରିରୁ ଅବସର ନେବା ପରେ ଭଟ୍ଟାଚାର୍ଯ୍ୟ ରାଜନୀତିରେ ଯୋଗ ଦେଇଥିଲେ। ସେ ୨୦୧୪ ମସିହା ଲୋକସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ଟିକେଟ୍‌ ପାଇ ହରିଦ୍ୱାରକୁ ନିର୍ବାଚନ ଲଢ଼ିଥିଲେ। ସେ ନିର୍ବାଚନରେ ପରାଜିତ ହୋଇଥିଲେ। ତାଙ୍କ ଦେହାନ୍ତ ପରେ ଉତ୍ତରାଖଣ୍ଡ ପୁଲିସ୍‌ ଟ୍ଵିଟର୍‌ରେ ତାଙ୍କ ସଂପର୍କରେ ଏକ ପୋଷ୍ଟ୍‍ କରିଥିବା ଦେଖିବାକୁ ମିଳିଛି। କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ କାମକୁ ମନେ ପକାଇବା ସହ ତାଙ୍କ ଅମର୍‌ ଆତ୍ମାର ସଦ୍‌ଗତି ହେଉ ବୋଲି କହି ଶ୍ରଦ୍ଧାଞ୍ଜଳି ଦେଇଥିବା ଦେଖିବାକୁ ମିଳିଛି।

Advertisement