କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌ ସିଜ୍‌: ୧୫୦ କୋଟି ବେନାମୀ ସମ୍ପତ୍ତି ଜବତ

300
ADVERTISEMENT

ନୂଆଦିଲ୍ଲୀ,୨୭/୮(ରବି ଦାସ ): କଂଗ୍ରେସ ନେତା କୁଳଦୀପ୍‌ ବିଶ୍ନୋଇଙ୍କ ହୋଟେଲ୍‌କୁ ଆୟକର ବିଭାଗ ପକ୍ଷରୁ ସିଜ୍‌ କରାଯାଇଛି। ଏହା ସହିତ କୁଳଦୀପ୍‌ଙ୍କ ୧୫୦ କୋଟି ଟଙ୍କାର ବେନାମୀ ସମ୍ପତ୍ତିକୁ ଜବତ କରାଯାଇଛି । କୁଳଦୀପଙ୍କ ହ୍ବାଇଟ୍‌ ଷ୍ଟାର୍‌ ହୋଟେଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ୩୪ ପ୍ରତିଶତ ବ୍ରିଟିଶ୍‌ ଭର୍ଜିନ୍‌ ଆଇଲାଣ୍ଡ୍‌ ନାମରେ ପଞ୍ଜିକୃତ ହୋଇଛି। ଏହି କମ୍ପାନୀ ୟୁଏଇରେ କାର୍ଯ୍ୟ କରୁଛି। ଆୟକର ବିଭାଗ ପକ୍ଷରୁ ୧୯୮୮ ବେନାମୀ ସମ୍ପତ୍ତି ଅଧିନିୟମ ଧାରା ୨୪(୩) ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ଆୟକର ବିଭାଗ ପକ୍ଷରୁ ୨୦୧୯ ଜୁଲାଇରେ ଏନେଇ ଯାଞ୍ଚ୍‌ ଆରମ୍ଭ ହୋଇଥିଲା।

Advertisement