ନୂଆଦିଲ୍ଲୀ,୧୪।୦୫(ଡ଼ି.ଏଚ ବ୍ୟୁରୋ):-ନିଟ୍ ୟୁଜି-୨୦୨୬ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଘଟଣାରେ (CBI) ଜୟପୁରରୁ ତିନି ଜଣ, ଗୁରୁଗ୍ରାମରୁ ଜଣେ ଏବଂ ନାସିକରୁ ଜଣେ ୫ ଗିରଫ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଚଳିତ ବର୍ଷର ନିଟ ୟୁଜି ପ୍ରଶ୍ନପତ୍ର ଗୁରୁଗ୍ରାମର ଜଣେ ଡାକ୍ତରଙ୍କ ଠାରୁ ୩୦ ଲକ୍ଷ ଟଙ୍କାରେ କିଣିଥିଲେ।ମେ’ ୩ରେ ପରୀକ୍ଷା ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ସେମାନଙ୍କୁ ମିଳିଥିଲା ପ୍ରଶ୍ନପତ୍ର।





















