ପୁଣି ବଢ଼ିଲା ଅଶୋଧିତ ତୈଳ ଦର ।

1
ADVERTISEMENT

ନୂଆଦିଲ୍ଲୀ,୧୧।୦୫(ଡ଼ି.ଏଚ ବ୍ୟୁରୋ):-ପୁଣି ବଢ଼ିଲା ଅଶୋଧିତ ତୈଳ ଦର । ଇରାନ୍- ଆମେରିକା ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଅଶୋଧିତ ତୈଳ ଦର ୪ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ଆଗାମୀ ଦିନରେ ବିଶ୍ବ ବଜାର ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି । ଏପଟେ ବିଭିନ୍ନ ତୈଳ କମ୍ପାନି ଦୈନିକ ୧୬ ଶହରୁ ୧୭ ଶହ କୋଟି ଟଙ୍କାର କ୍ଷତି ସହୁଛନ୍ତି । ଗତ ୧୦ ସପ୍ତାହ ମଧ୍ୟରେ ମୋଟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହେଲାଣି । ଫଳରେ ଆଗକୁ ତୈଳ ଦର ବଢ଼ିବା ନେଇ ଆଶଙ୍କା ଘନୀଭୂତ ହୋଇଛି । ଏପଟେ ହର୍ମୁଜ୍ ପ୍ରଣାଳୀରେ ମଧ୍ୟ ଅଚଳାବସ୍ଥା ଲାଗି ରହିଛି । ହର୍ମୁଜ ପ୍ରଣାଳୀରେ ଏବେ ୨୦ ହଜାରରୁ ଅଧିକ ଭାରତୀୟ ନାବିକ ଫସି ରହିଛନ୍ତି ।

Advertisement