ନୂଆଦିଲ୍ଲୀ,୧୭।୦୪(ଡ଼ି.ଏଚ ବ୍ୟୁରୋ):-ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ଦୁର୍ଘଟଣା । ସାଇସ୍ପଜେଟ ବିମାନ ଏୟାରପୋର୍ଟରେ ଟ୍ୟାକ୍ସିଂ କରୁଥିବା ବେଳେ ଅନ୍ୟ ଏକ ଆକାସା ଏୟାର ବିମାନକୁ ରନୱେରେ ଧକ୍କା ଦେଇଥିଲା । ଫଳରେ ସ୍ପାଇସଜେଟ ବିମାନର ଡାହାଣ ୱିଙ୍ଗ କ୍ଷତିଗ୍ରସ୍ତ ହୋଇଥିବ ବେଳେ ଆକାସା ଏୟାର ବିମାନର ବାମ ପଟେ ଥିବା ହରିଜେଣ୍ଟାଲ ଷ୍ଟେବଲାଇଜର କ୍ଷତିଗ୍ରସ୍ତ ହୋଇଛି ।






















