ନୂଆଦିଲ୍ଲୀ ,୩୦।୩(ଡ଼ି.ଏଚ ବ୍ୟୁରୋ):-ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତିରେ ହର୍ମୁଜ୍ ପ୍ରଣାଳୀରେ ବଢ଼ୁଥିବା ଉତ୍ତେଜନା ଗ୍ୟାସ୍ ଯୋଗାଣକୁ ଆହୁରି ବାଧାପ୍ରାପ୍ତ କରିପାରେ। ଏହି ସଙ୍କଟର ସମାଧାନ ପାଇଁ କିରୋସିନ୍ ଉପରୁ ପ୍ରତିବନ୍ଧକ ଉଠାଇ ଏହାକୁ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ସରକାର । ୨୧ଟି ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଅଧୀନରେ କିରୋସିନର ଆଡ-ହକ୍ ଯୋଗାଣ ଆରମ୍ଭ ହୋଇଥିବାବେଳେ ଏବେ ପେଟ୍ରୋଲ ପମ୍ପରେ ବିକ୍ରି ହେବ କିରୋସିନ ।





















