ଭଦ୍ରକ,୨୨/୨(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳି ଅଧିନ ମଞ୍ଜୁରୀ ରୋଡ ଡାକ୍ତରଖାନା ପଡ଼ିଆରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ପ୍ରାକ୍ତନ ବ୍ଲକ ବିଜେଡି ଉପସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ଭାରତୀ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟଦର୍ଶନୀ ଭାରତୀ, ପୂର୍ବତନ ଜିଲ୍ଲା କଂଗ୍ରେସ ସମ୍ପାଦକ ଜଗନ୍ନାଥ ସେନାପତି, ପୂର୍ବତନ ପ୍ରଧାନଶିକ୍ଷକ ଉଦୟ ନାଥ ସେଠୀ, ପୂର୍ବତନ ଗୋଷ୍ଠୀ ଶିକ୍ଷା ସଂଯୋଜକ ଅକ୍ଷୟ ଜେନା ପ୍ରମୁଖ ଶତାଧିକ କର୍ମୀ ବିଜେପିରେ ଯୋଗଦାନ କରିଥିଲେ ।





















