Sunday, September 27, 2026
ADVERTISEMENT
Home ଜାତୀୟ କୋଠା ଭୁଶୁଡ଼ି ଜଣେ ଛାତ୍ର ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

କୋଠା ଭୁଶୁଡ଼ି ଜଣେ ଛାତ୍ର ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

36
ADVERTISEMENT

ନୂଆଦିଲ୍ଲୀ,୦୮/୦୨(ଡ଼ି.ଏଚ ବ୍ୟୁରୋ):-ରାଜସ୍ଥାନ କୋଟାର ତାଲୱାଣ୍ଡି ଅଞ୍ଚଳରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ଯେଉଁଥିରେ ଜଣେ ଛାତ୍ର ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏବଂ ୧୩ ଜଣ ଆହତ ହୋଇଥିବlବେଳେ ସେମାନଙ୍କ ମଧ୍ୟରୁ ଆଠ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପ୍ରଶାସନ ଏବଂ ଏସ୍‌ଡିଆରଏଫ୍‌ ଦଳ ଗୁଡ଼ିକ ଭଗ୍ନାବଶେଷ ତଳୁ ସମସ୍ତ ଆହତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ।ଘଟଣାସ୍ଥଳରେ ଥିବା ଅଧିକାରୀଙ୍କ ଅନୁଯାୟୀ, ନିକଟରେ ଥିବା ଅନ୍ୟ ଏକ କୋଠାରେ ଜେସିବି କାମ ଚାଲୁଥିଲା, ଯାହା ଫଳରେ କି କୋଠାଟି ଦୋହଲି ଯାଇଥିଲା ଏବଂ ଭୁଶୁଡି ପଡିଥିଲା।

Advertisement