କୋଚି,୨୫/୮(ଏଜେନସି) : ଗତକାଲି ରାତିରେ କେରଳରେ ଜଣେ ସଦିଗ୍ଧ ଆତଙ୍କବାଦୀକୁ ଅଦାଲତ ପରିସରରୁ ଗିରଫ କରି ଅଟକ ରଖିଥିବା ଜଣାଯାଇଛି । ଅପରପକ୍ଷରେ ତାମିଲନାଡୁରେ କୋଏମ୍ବାଟୁର ପୋଲିସ ମଧ୍ୟ ୩ ଜଣ ସଦିଗ୍ଧଙ୍କୁ ଗିରଫ କରିଛି । ପୁଲିସ ସମସ୍ତଙ୍କୁ ପଚରାଉଚରା କରୁଛି । ଏଭଳି ଭାବେ ଏଯାଏଁ ୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ଏସଂପର୍କରେ ପୁଲିସ ମିଡିଆକୁ କିଛି ସୂଚନା ଦେଉନଥିବା କୁହାଯାଉଛି। ସୂଚନାଯୋଗ୍ୟ ଲସ୍କର ଅନୁପ୍ରବେଶକୁ ନେଇ ଗୁଇନ୍ଦା ସଂସ୍ଥା ତରଫରୁ ହାଇଆଲର୍ଟ ଜାରି କରାଯିବା ପରେ କେରଳ ପୁଲିସ ଏବଂ ତାମିଲନାଡୁ ପୁଲିସ ସତର୍କତାର ସହ ଏହି ପଦକ୍ଷେପ ନେଇଛି । ଏହାକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟ ତାମିଲନାଡୁ ଏବଂ କେରଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଲସ୍କର ସଂଗଠନର ୬ ଜଣ ଆତଙ୍କବାଦୀ ତାମିଲନାଡୁରେ ପ୍ରବେଶ କରିବା ନେଇ ରିପୋର୍ଟ ଆସିବା ପରେ ସେମାନଙ୍କୁ ପୁଲିସ ଅଟକ ରଖିଥିଲା।କେରଳ ପୁଲିସ ଡିଜି ଲୋକନାଥ ବେହେରା ଏହି ପ୍ରସଙ୍ଗରେ ବିଭିନ୍ନ ପୁଲିସ ଏସପିଙ୍କ ସହ ଏବେ ବି ଯୋଗାଯୋଗରେ ଥିବା ଜଣାଯାଇଛି।




















