ଛତିଶଗଡ଼ ବସ୍ତର ଅଞ୍ଚଳରେ ଏନ୍‌କାଉଣ୍ଟର୍‌: ପାଞ୍ଚଜଣ ମାଓବାଦୀ ନିହତ

301
ADVERTISEMENT

ଛତିଶଗଡ଼,୨୪/୮(ଏଜେନସି) : ଶନିବାର ସକାଳେ ବସ୍ତର ଅଞ୍ଚଳର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମଦ ଅରଣ୍ୟ ମଧ୍ୟରେ ଗୁଳି ବିନିମୟ ଘଟି ପାଞ୍ଚ ଜଣ ମାଓବାଦୀ ନିହତ ହୋଇଥିବା ପୁଲିସ କହିଛନ୍ତି । ଏନ୍‌କାଉଣ୍ଟର୍‌ ସ୍ଥଳରୁ ଗୋଟିଏ ଅଟୋମେଟିକ୍‌ ରାଇଫଲ୍‌ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା କଥା ପୁଲିସ କହିଛି । ଏହି ଏନ୍‌କାଉଣ୍ଟର୍‌ ଘଟଣାରେ ଛତିଶଗଡ଼ ପୁଲିସର ଦୁଇ ଯବାନ ମଧ୍ୟ ଗୁଳି ଚୋଟରେ ଆହତ ହୋଇଛନ୍ତି। ପୁଲିସ ମହାନିର୍ଦେଶକ ଡିଏମ୍‌ ଅଓ୍ଵସ୍ତି କହିଛନ୍ତି: ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଆଧାରରେ ନାରାୟଣପୁର ଅନ୍ତର୍ଗତ ଓର୍ଛା ଠାରୁ ପ୍ରାୟ ୧୯ କିଲୋମିଟର ଦୂର ଧୁର୍ବେଦ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ କ୍ୟାମ୍ପ୍‌ ଉପରେ ଛତିଶଗଡ଼ ପୁଲିସର ଗୋଟିଏ ଟିମ୍‌ ଚଢ଼ାଉ କରିଥିଲା। ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ ଏବଂ ପୁଲିସ୍‌ ପାଲଟା ଗୁଳି ଚଳାଇଥିଲା। ଗୁଳି ବିନିମୟ ପ୍ରାୟ ୯୦ ମିନିଟ୍‌ ଯାଏଁ ଚାଲିଥିଲା। ପୁଲିସ ମହାନିର୍ଦେଶକ ଆହୁରି କହିଛନ୍ତି ଯେ ଏନ୍‌କାଉଣ୍ଟର୍‌ ଶେଷ ହେବା ପରେ ପୁଲିସ ଘଟଣାସ୍ଥଳରୁ ୫ ଜଣ ମାଓବାଦୀଙ୍କ ଶବ ଉଦ୍ଧାର କରିବା ସହ ଗୋଟିଏ କାର୍ବାଇନ୍‌ ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି।

Advertisement