ଚେନ୍ନାଇ,୨୩/୮(ଏଜେନସି) : ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଫଳରେ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର କୌଣସି ଘଟଣା ଘଟିନାହିଁ। କଡା ସୁରକ୍ଷା ସତ୍ତ୍ୱେ ଲସ୍କର-ଇ-ତୋଏବାର ୬ ଆତଙ୍କବାଦୀ ତାମିଲନାଡୁ ବାଟ ଦେଇ କୋଏମ୍ବାଟୁରରେ ପଶିଯାଇଥିବା ସୂଚନା ମିଳିଛି । ରାଜ୍ୟରେ ଏନେଇ ହାଇଆଲର୍ଟ ଘୋଷଣା କରାଯାଇଛି। ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ପାକିସ୍ତାନ ଏବଂ ଜଣେ ଶ୍ରୀଲଙ୍କାର ତାମିଲ ଆତଙ୍କବାଦୀ ହୋଇଥିବା ଜଣାପଡିଛି। ଆତଙ୍କବାଦୀମାନେ ମୁସଲମାନ ହୋଇଥିବାବେଳେ ମୁଣ୍ଡରେ ତିଳକ ଲଗାଇ ହିନ୍ଦୁ ବେଶଭୂଷାରେ ଭାରତରେ ପଶିଥିବାର ସୂଚନା ମିଳିଛି।



















