ଶ୍ରୀନଗର,୨୩/୮(ଏଜେନସି) : ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ସୀମାରେ ଶୁକ୍ରବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ଶହୀଦ ଯବାନ ଗୋର୍ଖା ରାଇଫଲ୍ ରେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ସୀମାରେ ଅଶାନ୍ତ ବାତାବରଣ ଲାଗି ରହୁଥିବା ବେଳେ ଭାରତୀ ଯବାନ ଏହାର କଡା ଯବାବ ମଧ୍ୟ ଦେଉଛନ୍ତି । ନିକଟରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଭାରତୀୟ ଯବାନ ପାକିସ୍ତାନର ପ୍ରାୟ ୫ ସେନା ଶିବିରକୁ ଧ୍ୱଂସ କରିବା ସହ ୨ ସେନା ଅଧିକାରୀଙ୍କୁ ନିପାତ କରିଥିଲେ।



















