ଡ. ମନମୋହନ ସିଂ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ

261
ADVERTISEMENT

ନୂଆଦିଲ୍ଲୀ,୨୩/୮(ରବି ଦାସ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ରାଜ୍ୟସଭା ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ରାଜସ୍ଥାନ ଆସନରୁ ମନମୋହନ କଂଗେସ ଦଳର ପ୍ରାର୍ଥୀ ଭାବେ ନିର୍ଦ୍ଦୋନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ତେବେ ଶପଥ ଗ୍ରହଣ ଉତ୍ସବରେ ସୋନିଆ ଗାନ୍ଧୀ, ଗୁଲାମ ନବି ଆଜାଦ ଓ ଅନ୍ୟ କଂଗ୍ରେସ ନେତାମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଏବେ ଦଳର ମୁଖ୍ୟ କେହି ନାହିଁ କହିଲେ ଚଳେ । ଯଦିଓ ସୋନିଆଙ୍କୁ ଦଳର ନେତୃତ୍ୱ ଦିଆଯାଇଛି, ତାହା କିନ୍ତୁ ସ୍ଥାୟୀ ଭାବେ ନ ହୋଇ ଥିବାରୁ ଏବେବି ଦଳକୁ ନେଇ ଆଶା ଆଶଙ୍କା ଲାଗି ରହିଛି।

Advertisement