Tuesday, September 8, 2026
ADVERTISEMENT
Home ରାଜନୀତି ୨୮ ବର୍ଷ ପରେ ସୋନପୁର ଆସିବେ ପ୍ରଧାନମନ୍ତ୍ରୀ

୨୮ ବର୍ଷ ପରେ ସୋନପୁର ଆସିବେ ପ୍ରଧାନମନ୍ତ୍ରୀ

418
ADVERTISEMENT

ସୋନପୁର,(ଦୁନିଆ ହାଲ୍ ଚାଲ୍) : ୨୮ ବର୍ଷ ତଳେ ସୋନପୁରକୁ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର। ଏହା ପରେ ଆସନ୍ତା ୬ ତାରିଖ ଦିନ ଜିଲ୍ଲା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଦିନ ସୁନ୍ଦରଗଡରେ ଦଳୀୟ ସଭା ସାରି ମଧ୍ୟାହ୍ନ ୧୨ଟାରେ ସୋନପୁରରେ ପହଞ୍ଚିବେ। ଜିଲ୍ଲା ସଦର ମହକୁମା ରାମେଶ୍ବର ନିକଟ‌ରେ ଥିବା ଷ୍ଟାଡିୟମରେ ବିଜୟ ସଙ୍କଳ୍ପ ସମାବେଶରେ ସେ ଉଦ୍‌ବୋଧନ ଦେବେ। ମୋଦୀ ଏଠାରେ ପ୍ରାୟ ୧ ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମନରେ ବେଶ୍‌ ଖୁସୀ ଦେଖା ଦେଇଛି।

Advertisement