ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଭାରତକୁ ଆମେରିକାର ଆହ୍ୱାନ

264
ADVERTISEMENT

ୱାଶିଂଟନ୍‌,୨୨/୮(ଏଜେନସି) : ଆଫ୍‌ଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବାକୁ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆହ୍ୱାନ ଦେଇଛନ୍ତି। କେବଳ ଭାରତ ନୁହେଁ ଇରାନ୍‌, ରୁଷ ଓ ତୁର୍କୀ ଭଳି ରାଷ୍ଟ୍ରମାନେ ମଧ୍ୟ ଆମେରିକା ସହ ମିଶି ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଉଚିତ। ଟ୍ରମ୍ପ କହିଛନ୍ତି, “ଆଫ୍‌ଗାନିସ୍ତାନ ଠାରୁ ଆମେରିକାର ଦୂରତା ୭ ହଜାର କିମି ତଥାପି ୱାଶିଂଟନ ସେଠାରେ ଆତଙ୍କବାଦ ବିରୋଧରେ ଲଢ଼େଇ ଜାରି ରଖିଛି। ତେବେ ଆଫଗାନିସ୍ତାନ ନିକଟରେ ଥିବା ରାଷ୍ଟ୍ରଗୁଡ଼ିକ ଆତଙ୍କବାଦ ବିରୋଧରେ ବହୁତ କମ୍‌ ମନୋବଳ ଦେଇ ଲଢ଼େଇ କରୁଛନ୍ତି। ବର୍ତ୍ତମାନ ସ୍ଥିତିରେ ରୁଷ, ଆଫ୍‌ଗାନିସ୍ତାନ, ଇରାନ, ଇରାକ ଓ ତୁର୍କୀ ଭଳି ଦେଶ ଗୁଡ଼ିକ ମଧ୍ୟ ସେମାନଙ୍କ ଯୁଦ୍ଧକୁ ଲଢ଼ିବା ଦରକାର। ଆମେ ଶତପ୍ରତିଶତ କାଲିପେଟ୍‌କୁ ହଟାଇବାରେ ସକ୍ଷମ ହୋଇଛି। ଏବେ ଉପରୋକ୍ତ ଦେଶ ଗୁଡ଼ିକ ସେମାନଙ୍କ ଆଖପାଖରେ ଥିବା ଆତଙ୍କୀ ସଂଗଠନକୁ ମୂଳପୋଛ କରିବାକୁ ଲଢ଼େଇ ଆରମ୍ଭ କରିବା ଦରକାର। ଭାରତ ମଧ୍ୟ ଆତଙ୍କବାଦୀ ବିରୋଧରେ ଆମେରିକା ସହ ମିଶି ଆଫଗାନିସ୍ତାନରେ ଲଢ଼ିବା ଉଚିତ।”

Advertisement