ଚିଦାମ୍ବରମ୍‌ ମାମଲାରେ କିଶନ ରେଡ୍ଡୀଙ୍କ ମନ୍ତବ୍ୟ: ଆଇନ ବାଟରେ ଆଇନ ଯିବ

331
ADVERTISEMENT

ନୂଆଦିଲ୍ଲୀ,୨୨/୮(ରବି ଦାସ ) : ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଗିରଫ ନେଇ ଶାସକ ଏବଂ ବିରୋଧୀ ଦଳ ପରସ୍ପର ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ ପକ୍ଷରୁ ଏହାକୁ ରାଜନୈତିକ ପ୍ରତିଶୋଧ ବୋଲି କୁହାଯାଉଥିବାବେଳେ କେନ୍ଦ୍ର ସରକାରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଥିବା ଜି. କିଶନ ରେଡ୍ଡୀ କହିଛନ୍ତି ଆଇନ ଆଗରେ ସମସ୍ତେ ସମାନ । ସୁପ୍ରିମ୍‌କୋର୍ଟଙ୍କ ଆଦେଶ ସର୍ବୋପରି। ଏହି ମାମଲାରେ ଆଇନ ବାଟରେ ଆଇନ ଯିବ ଏବଂ ଏହାର ଉପଯୁକ୍ତ ତଦନ୍ତ କରାଯିବ।

Advertisement