ଅମରାବତୀ ‘ରାଜଧାନୀ’ ନିମନ୍ତେ ଅନୁପଯୁକ୍ତ: ଆନ୍ଧ୍ର ମନ୍ତ୍ରୀ ସତ୍ୟନାରାୟଣ ବୋତ୍‌ସା

293
ADVERTISEMENT

ହାଇଦ୍ରାବାଦ,୨୧/୮(ଏଜେନସି) : ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ସତ୍ୟନାରାୟଣ ବୋତ୍‌ସା ମଙ୍ଗଳବାର ଦିନ କହିଛନ୍ତି ଯେ ରାଜ୍ୟ ରାଜଧାନୀର ଅବସ୍ଥିତି ସଂକ୍ରାନ୍ତରେ ତାଙ୍କ ସରକାର ଗୁରୁତ୍ୱ ସହ ଆଲୋଚନା କରୁଛନ୍ତି ଏବଂ ଖୁବ୍‌ ଶୀଘ୍ର ଏ ସଂକ୍ରାନ୍ତରେ ଘୋଷଣା କରିବେ। ବୋସ୍‌ତା କହିଛନ୍ତି ଅମରାବତୀରେ କୃଷ୍ଣାନଦୀ ବଢ଼ିବା ପ୍ରମାଣିତ କରୁଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ରାଜଧାନୀ ନିର୍ମାଣ ନିମନ୍ତେ ଭୁଲ୍‌ ସ୍ଥାନ ନିରୂପଣ କରିଛନ୍ତି। ସମଗ୍ର ଅଞ୍ଚଳରେ ସର୍ବଦା ବନ୍ୟା ଆସିବାର ଆଶଙ୍କା ଥିବାରୁ ଅମରାବତୀ ରାଜଧାନୀ ହେବାକୁ ଉପଯୁକ୍ତ ନୁହେଁ। ବଢ଼ି ଋତୁରେ ଜଳ ନିଷ୍କାସନ ନିମନ୍ତେ ଆମକୁ ଚେକ୍‌ ଡ୍ୟାମ୍‌, କେନାଲ ଏବଂ ଫ୍ଲଡ୍‌ ଚାନେଲ୍‌ ନିର୍ମାଣ କରିବାକୁ ପଡ଼ିବ ।

Advertisement