ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ବାବୁଲାଲ୍‌ ଗୌରଙ୍କ ଦେହାନ୍ତ

290
ADVERTISEMENT

ଭୋପାଳ,୨୧/୮(ଏଜେନସି) : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ବାବୁଲାଲ୍‌ ଗୌରଙ୍କର ବୁଧବାର ସକାଳେ ଭୋପାଳ ଠାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। କିଛି ଦିନ ଧରି ଅସୁସ୍ଥ ଥିବା ଗୌର ଭୋପାଳସ୍ଥିତ ନର୍ମଦା ହସ୍‌ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରକ୍ତଚାପ କମି ଯିବାରୁ ଗତ ସପ୍ତାହରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେବେ ଠାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇଯିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା । ଅଗଷ୍ଟ ୨୦୦୪ରୁ ନଭେମ୍ବର ୨୦୦୫ ଯାଏଁ ସେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ପୂର୍ବରୁ ତାଙ୍କୁ ଦେଖିବାକୁ ଯାଇଥିଲେ। ତାଙ୍କ କାର୍ଯ୍ୟାଳୟ ତରୁଫରୁ ବୁଧବାର ଦିନ ଟୁଇଟ୍‌ କରାଯାଇଥିଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗୌର ଅସୁସ୍ଥ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ କଥା ବୁଝିଲି । ମୁଁ ଆଶା କରୁଛି, ଈଶ୍ୱର ତାଙ୍କୁ ଶୀଘ୍ର ଆରୋଗ୍ୟ କରି ଦିଅନ୍ତୁ । ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

Advertisement