କଶ୍ମୀର ପରିସ୍ଥିତି ଲାଗି ଟ୍ରମ୍ପ୍‌ଙ୍କ ତୃତୀୟ ମଧ୍ୟସ୍ଥତା ପ୍ରସ୍ତାବ

264
ADVERTISEMENT

ଓ୍ଵାସିଂଟନ୍‌,୨୧/୮(ଏଜେନସି) : ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ ଆଉ ଥରେ କଶ୍ମୀର ଲାଗି ମଧ୍ୟସ୍ଥତା ପ୍ରସ୍ତାବ ଦେଇ କହିଛନ୍ତି, ମଧ୍ୟସ୍ଥତା କରିବାକୁ କିଂବା କିଛି କରିବାକୁ ମୁଁ ସମ୍ପୂର୍ଣ ଚେଷ୍ଟାକରିବି । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଫଳ କଶ୍ମୀର ସମସ୍ୟା ବୋଲି ମଧ୍ୟ ଟ୍ରମ୍ପ୍‌ ଚିତ୍ରଣ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି କହିଛନ୍ତି, ଫ୍ରାନ୍‌ସ୍‌ର ବାୟାରିଜ୍‌ ଠାରେ ଜି-୭ ଶିଖର ବୈଠକ ସମୟରେ ସପ୍ତାହନ୍ତ ବେଳକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍‌ କରିବେ । ସେ ସାମ୍ବାଦିକମାନଙ୍କୁ କହିଛନ୍ତି; ସେଠାରେ ହିନ୍ଦୁ ଓ ମୁସଲମାନ ଅଛନ୍ତି। ମୋ ମତରେ, ସେମାନେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଚଳଣି ଚଳୁ ନାହାନ୍ତି । ସେ ଆହୁରି କହିଲେ, ବଡ଼ ଜଟିଳ ପରିସ୍ଥିତି । ଧର୍ମ ସଂକ୍ରାନ୍ତରେ ଅନେକ କିଛି କରିବାକୁ ପଡ଼ିବ । ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇମ୍ରାନ୍‌ ଖାଁଙ୍କ ସହ ଫୋନ୍‌ ଯୋଗେ କରିଥିବା କଥାବାର୍ତ୍ତା ସଂକ୍ରାନ୍ତରେ ମଧ୍ୟ ସେ କହିଛନ୍ତି । ସେ କହିଲେ: ମୋର ଦୁଇ ଉତ୍ତମ ମିତ୍ର, ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖାଁଙ୍କ ସହ ବାଣିଜ୍ୟ, ସାମରିକ ଭାଗିଦାରୀ, ସବୁଠୁ ବଡ଼ କଥା କଶ୍ମୀରରେ ଉତ୍ତେଜନା ହ୍ରାସ ନିମନ୍ତେ ଭାରତ ଏବଂ ପାକିସ୍ତାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ କଥାବାର୍ତ୍ତା କରିଛି । ପରିସ୍ଥିତି ଜଟିଳ ହେଲେ ବି ଭଲ ଭାବେ କଥାବାର୍ତ୍ତା କରିଛି ।

Advertisement