Saturday, October 31, 2026
ADVERTISEMENT
Home ଖେଳ ଚଳିତ ଦିନିକିଆ ବିଶ୍ବକପରେ ଆଜି ଭାରତ ବାଂଲାଦେଶ ସହିତ ଖେଳିବ।

ଚଳିତ ଦିନିକିଆ ବିଶ୍ବକପରେ ଆଜି ଭାରତ ବାଂଲାଦେଶ ସହିତ ଖେଳିବ।

164
ADVERTISEMENT

୧୯/୧୦(ଡି.ଏଚ ବ୍ୟୁରୋ):-ଚଳିତ ଦିନିକିଆ ବିଶ୍ବକପରେ ଆଜି ଭାରତ ବାଂଲାଦେଶ ସହିତ ଖେଳିବ। ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନକୁ ପରାସ୍ତ କରି ଆତ୍ମବିଶ୍ବାସରେ ଥିବା ରୋହିତ ଶର୍ମାଙ୍କ ଦଳକୁ ଏବେ ବାଂଲାଦେଶ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତମାନର ଫର୍ମକୁ ଦେଖିଲେ ଭାରତ ଏହି ମ୍ୟାଚ ରେ ସହଜରେ ଜିତିବ ବୋଲି ଆକଳନ କରାଯାଉଛି। ବିଶ୍ବକପ୍ ଇତିହାସରେ ଭାରତ ୩-୧ରେ ଆଗୁଆ ରହିଥିବା ବେଳେ ସାକିବ୍ ଆଲ୍ ହାସନଙ୍କ ଦଳ ସ୍ପିନ୍ ଶକ୍ତି ବଳରେ ଭାରତକୁ ଅଡ଼ୁଆରେ ପକାଇବ ବୋଲି ଆଶା ରଖିଛି।

Advertisement